Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Swaraj Ashram
ସ୍ୱରାଜ ଆଶ୍ରମ ବିଷୟରେ
Swaraj Ashram के बारे में
Swaraj Ashram, Cuttack Town, Cuttack
ସ୍ୱରାଜ ଆଶ୍ରମ, କଟକ ସହର, କଟକ
स्वराज आश्रम, कटक टाउन, कटक
Swaraj Ashram in Cuttack is a historically significant heritage site, once the hub of freedom-struggle activities in Odisha. It served as a base for Mahatma Gandhi’s visits, hosted key meetings of national leaders, and today stands as a protected monument and museum celebrating Odisha’s role in the Indian independence movement. Swaraj Ashram is closely linked with Mahatma Gandhi’s visits to Odisha and the Swaraj (self-rule) movement. The ashram was an active centre of freedom-struggle activities in Odisha during the Non-Cooperation Movement in the early 1920s. Mahatma Gandhi stayed here during his visits to Cuttack — beginning on March 22, 1921 — and used it as his base for meetings and planning. He addressed large public gatherings from nearby riverbeds in the mornings. Gandhi returned multiple times to Odisha between 1921 and 1946, and the ashram features around 200 historic photographs documenting his visits and other leaders of the freedom movement. Because it served as a hub of political activity and strategy during the struggle for independence, the ashram became known as a breeding ground for nationalist leadership in Odisha. The two-storey colonial-era building spreads over approximately 1100 sq ft and was once the heart of Odisha’s political activism under the Indian National Congress. The Government of Odisha declared it a protected monument under heritage laws and has periodically worked to preserve and develop the premises. Inside the ashram, a stone slab marks the spot where Gandhi held meetings, and a statue of Gandhi has been installed. The interiors display photographs from Gandhi’s visits and other memorabilia related to Odisha’s freedom movement.
କଟକସ୍ଥିତ ସ୍ୱରାଜ ଆଶ୍ରମ ଏକ ଐତିହାସିକ ମହତ୍ତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳୀ ଅଟେ। ଏହା ଏକଦା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପର ପ୍ରମୁଖ କେନ୍ଦ୍ର ଥିଲା। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ଏହା ତାଙ୍କର ଏକ ପ୍ରମୁଖ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିଥିଲା। ଏଠାରେ ଜାତୀୟସ୍ତରର ବହୁ ବିଶିଷ୍ଟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହା ଏକ ସଂରକ୍ଷିତ ସ୍ମାରକ ଓ ସଂଗ୍ରହାଳୟ ଭାବେ ଓଡ଼ିଶାର ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଥିବା ଅବଦାନର ସ୍ମୃତି ବହନ କରୁଛି। ସ୍ୱରାଜ ଆଶ୍ରମ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଏବଂ ସ୍ୱରାଜ ବା ସ୍ୱଶାସନ ଆନ୍ଦୋଳନ ସହ ଘନିଷ୍ଠ ଭାବେ ସମ୍ପୃକ୍ତ। ୧୯୨୦ ଦଶକର ପ୍ରାରମ୍ଭରେ ଅସହଯୋଗ ଆନ୍ଦୋଳନ ସମୟରେ ଏହି ଆଶ୍ରମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କାର୍ଯ୍ୟକଳାପର ଏକ ସକ୍ରିୟ କେନ୍ଦ୍ର ଥିଲା। ମହାତ୍ମା ଗାନ୍ଧୀ ୨୨ ମାର୍ଚ୍ଚ ୧୯୨୧ରୁ ଆରମ୍ଭ କରି କଟକ ଗସ୍ତ ସମୟରେ ଏଠାରେ ରହିଥିଲେ ଏବଂ ବୈଠକ ଓ ଆନ୍ଦୋଳନର ଯୋଜନା ପ୍ରସ୍ତୁତି ପାଇଁ ଏହାକୁ ନିଜର ପ୍ରମୁଖ କାର୍ଯ୍ୟକେନ୍ଦ୍ର ଭାବେ ବ୍ୟବହାର କରୁଥିଲେ। ପ୍ରତିଦିନ ସକାଳେ ସେ ନିକଟସ୍ଥ ନଦୀପଠାରୁ ବିଶାଳ ଜନସମାବେଶକୁ ସମ୍ବୋଧିତ କରୁଥିଲେ। ୧୯୨୧ ରୁ ୧୯୪୬ ମଧ୍ୟରେ ମହାତ୍ମା ଗାନ୍ଧୀ ଏକାଧିକଥର ଓଡ଼ିଶା ଗସ୍ତ କରିଥିଲେ। ଏହି ଆଶ୍ରମରେ ତାଙ୍କର ଓଡ଼ିଶା ଗସ୍ତ ଏବଂ ସ୍ୱାଧୀନତା ଆନ୍ଦୋଳନର ଅନ୍ୟାନ୍ୟ ପ୍ରମୁଖ ନେତାଙ୍କ ସମ୍ପର୍କିତ ପ୍ରାୟ ୨୦୦ଟି ଐତିହାସିକ ଫଟୋଚିତ୍ର ସଂରକ୍ଷିତ ଓ ପ୍ରଦର୍ଶିତ ହୋଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ରାଜନୈତିକ କାର୍ଯ୍ୟକଳାପ ଓ ରଣନୀତି ପ୍ରସ୍ତୁତିର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିଥିବାରୁ, ସ୍ୱରାଜ ଆଶ୍ରମ ଓଡ଼ିଶାରେ ଜାତୀୟତାବାଦୀ ନେତୃତ୍ୱ ଗଢ଼ି ତୋଳିବାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଥିଲା। ଔପନିବେଶିକ ଯୁଗର ଏହି ଦୁଇତଳା କୋଠାଟି ପ୍ରାୟ ୧୧୦୦ ବର୍ଗଫୁଟ୍ ଅଞ୍ଚଳରେ ପରିବ୍ୟାପ୍ତ। ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱରେ ଓଡ଼ିଶାର ରାଜନୈତିକ ଆନ୍ଦୋଳନର ଏହା ଏକ ପ୍ରମୁଖ କେନ୍ଦ୍ର ଥିଲା। ଓଡ଼ିଶା ସରକାର ଐତିହ୍ୟ ସଂରକ୍ଷଣ ସମ୍ବନ୍ଧୀୟ ଆଇନ ଅନୁଯାୟୀ ଏହାକୁ ସଂରକ୍ଷିତ ସ୍ମାରକ ଭାବେ ଘୋଷଣା କରିଛନ୍ତି ଏବଂ ସମୟ ସମୟରେ ଏହି ପରିସରର ସଂରକ୍ଷଣ ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଶ୍ରମର ଭିତରେ ଏକ ଶିଳାଫଳକ ମାଧ୍ୟମରେ ମହାତ୍ମା ଗାନ୍ଧୀ ବୈଠକ କରୁଥିବା ସ୍ଥାନଟିକୁ ଚିହ୍ନିତ କରାଯାଇଛି। ଏଠାରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଛି। ଆଶ୍ରମର ଅଭ୍ୟନ୍ତରୀଣ ଅଂଶରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଐତିହାସିକ ଫଟୋଚିତ୍ର ସହିତ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ବିଭିନ୍ନ ସ୍ମାରକୀ ଓ ସ୍ମୃତିଚିହ୍ନ ପ୍ରଦର୍ଶିତ ହୋଇଛି ।
कटक स्थित स्वराज आश्रम एक ऐतिहासिक रूप से महत्वपूर्ण धरोहर स्थल है, जो कभी ओडिशा में स्वतंत्रता संग्राम की गतिविधियों का केंद्र था। यह महात्मा गांधी की यात्राओं का आधार रहा है, यहाँ राष्ट्रीय नेताओं की महत्वपूर्ण बैठकें आयोजित की गईं और आज यह एक संरक्षित स्मारक और संग्रहालय के रूप में भारतीय स्वतंत्रता आंदोलन में ओडिशा की भूमिका का जश्न मनाता है। स्वराज आश्रम महात्मा गांधी की ओडिशा यात्राओं और स्वराज आंदोलन से घनिष्ठ रूप से जुड़ा हुआ है। 1920 के दशक के आरंभ में असहयोग आंदोलन के दौरान यह आश्रम ओडिशा में स्वतंत्रता संग्राम की गतिविधियों का एक सक्रिय केंद्र था। महात्मा गांधी 22 मार्च, 1921 से शुरू हुई अपनी कटक यात्राओं के दौरान यहीं ठहरे थे और इसे अपनी बैठकों और योजनाओं के लिए आधार के रूप में इस्तेमाल करते थे। वे सुबह के समय पास के नदी-तटों से विशाल जनसभाओं को संबोधित करते थे। गांधी 1921 और 1946 के बीच कई बार ओडिशा लौटे और आश्रम में उनकी यात्राओं और स्वतंत्रता आंदोलन के अन्य नेताओं की यात्राओं को दर्शाने वाली लगभग 200 ऐतिहासिक तस्वीरें मौजूद हैं। स्वतंत्रता संग्राम के दौरान राजनीतिक गतिविधियों और रणनीति के केंद्र के रूप में कार्य करने के कारण, आश्रम ओडिशा में राष्ट्रवादी नेतृत्व के विकास के केंद्र के रूप में जाना जाने लगा। औपनिवेशिक काल की यह दो मंजिला इमारत लगभग 1100 वर्ग फुट में फैली हुई है और कभी भारतीय राष्ट्रीय कांग्रेस के नेतृत्व में ओडिशा की राजनीतिक गतिविधियों का केंद्र थी। ओडिशा सरकार ने इसे विरासत कानूनों के तहत संरक्षित स्मारक घोषित किया है और परिसर के संरक्षण और विकास के लिए समय-समय पर कार्य करती रही है। आश्रम के अंदर, एक पत्थर की शिला उस स्थान को चिह्नित करती है जहां गांधीजी सभाएं करते थे, और गांधीजी की एक प्रतिमा स्थापित है। आंतरिक सज्जा में गांधीजी की यात्राओं की तस्वीरें और ओडिशा के स्वतंत्रता आंदोलन से संबंधित अन्य यादगार वस्तुएं प्रदर्शित हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Modern Historical records

ଆଧୁନିକ ଐତିହାସିକ ରେକର୍ଡ

आधुनिक ऐतिहासिक अभिलेख

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

7th January 2013

7th January 2013

7th January 2013

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Cuttack Town

କଟକ ସହର

कटक टाउन

District
ଜିଲ୍ଲା
जिला

Cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE